ନିର୍ବାଚନ ଫଳ ପୂର୍ବରୁ ବଡ଼ ଆକ୍ସନ, ୫ କଂଗ୍ରେସ ନେତା ନିଲମ଼୍ବିତ

ନୂଆଦିଲ୍ଲୀ,୪୬: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ବଡ଼ ଆକ୍ସନ ନେଇଛି | ଚଣ୍ଡିଗଡ଼ରେ ଦଳର ୫ ନେତାଙ୍କୁ ୬ ବର୍ଷ ପାଇଁ ନିଲମ଼୍ବିତ କରାଯାଇଛି| ଏଥିସହିତ ସେମାନେ ରହିଥିବା ପଦପଦବୀରୁ ମଧ୍ୟ ତାଙ୍କୁ ବରଖାସ୍ତ କରାଯାଇଛି| କୁହାଯାଉଛି କି ଏହି ନେତାମାନଙ୍କୁ ନିର୍ବାଚନ ଟିକେଟ୍ ନମିଳିବାରୁ ସେମାନେ ଦଳପ୍ରତି ସନ୍ତୁଷ୍ଟ ନଥିଲେ| ଏମାନେ ସମସ୍ତେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଂଗ୍ରେସ ନେତା ପବନ ବଂଶଲଙ୍କ ନିକଟତର ବୋଲି ଜଣାପଡ଼ିଛି|

କଂଗ୍ରେସ ଯେଉଁ ନେତାଙ୍କ ବିରୋଧରେ କାଯର୍ୟାନୁଷ୍ଠାନ ନେଇଛି, ସମସ୍ତଙ୍କ ନାମରେ ଦଳ ବିରୋଧୀ କାଯର୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା| ମନୀଷ ତିଓ୍ୱାରୀଙ୍କୁ ନିର୍ବାଚନ ଟିକେଟ୍ ମିଳିବାକୁ ନେଇ ଏମାନେ ବିରୋଧ କରିଆସୁଥିଲେ| ବିଶେଷ କଥା ଏହିକି ଯେ, ଏହି ନେତାମାନେ ପ୍ରଥମରୁ ହିଁ ଚଣ୍ଡିଗଡ଼ କଂଗ୍ରେସ ଅଧ୍ୟକ୍ଷଙ୍କୁ ବିରୋଧ କରିଆସୁଥିଲେ|

Share