Categories: ଜାତୀୟ

ନିର୍ବାଚନ ଫଳାଫଳ ଘୋଷଣା ପରେ ରୋଷେଇ ଘରେ ମହଙ୍ଗା ମାଡ଼: ବଢ଼ିଲା ଅଣ-ସବସିଡ୍‌ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ରୋଷେଇ ଘରେ ମହଙ୍ଗାମାଡ଼ ହୋଇଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର କିଛି ଘଣ୍ଟା ମଧ୍ୟରେ ଅଣ-ସବସିଡ୍‌ ସିଲଣ୍ଡର ଦାମରେ ୧୪୯ ଟଙ୍କା ବୃଦ୍ଧି ହୋଇଛି। ଏନେଇ ଆଇଓସି ପକ୍ଷରୁ ରିପୋର୍ଟ ଜାରି ହୋଇଛି। ଦିଲ୍ଲୀରେ ଏବେ ୧୪ କିଗ୍ରା ଏହି ସିଲିଣ୍ଡର ଦାମରେ ୧୪୪ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ଏବେ ଏହାର ନୂଆ ଦାମ ୮୫୮ଟଙ୍କା ୫୦ ପଇସା ହୋଇଛି। କୋଲକତା ଏବଂ ମୁମ୍ବାଇରେ ଅଣ-ସବସିଡ୍‌ ସିଲିଣ୍ଡର ଦାମ ଯଥାକ୍ରମେ ୧୪୯ ଟଙ୍କା ଏବଂ ୧୪୫ ଟଙ୍କା ବଢ଼ିଛି। ଫଳରେ ସିଲିଣ୍ଡରର ନୂଆ ଦାମ କୋଲକତା ଏବଂ ମୁମ୍ବାଇରେ ଏବେ ଯଥାକ୍ରମେ ୮୯୬ ଟଙ୍କା ଓ ୮୨୯ଟଙ୍କା ୫୦ ପଇସା ହୋଇଛି। ସେହିପରି ଚେନ୍ନାଇରେ ଅଣ-ସବସିଡ୍‌ ସିଲିଣ୍ଡର ଦାମ ୧୪୭ ଟଙ୍କା ବୃଦ୍ଧି ପାଇ ୮୮୧ ଟଙ୍କାରେ ପହଞ୍ଚିଛି।

Share