ନିର୍ବାଚନ ସମୀକ୍ଷା ବୈଠକର ଭିଡିଓ ଭାଇରାଲ: ଭୋଟ ଦେଇ ନ ଥିବା ଲୋକଙ୍କ ପାଇଁ କାମ କରିବି ନାହିଁ କହିଲେ ବିଧାୟକ

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ): ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି।  ଏହି ଭିଡିଓରେ ବିଧାୟକ କହିଛନ୍ତି  ଯେ, ତାଙ୍କୁ ଯେଉଁମାନେ ଭୋଟ ଦେଇନାହାନ୍ତି ସେମାନଙ୍କ ପାଇଁ ସେ କାମ କରିବେନି। ଯଦି ସେମାନେ ପୂର୍ବଭଳି ତାଙ୍କ ଦଳରେ ସାମିଲ ହେବେ ବୋଲି ତାଙ୍କୁ କହିବେ ଏବଂ ଆସନ୍ତା ୨୦୨୨ରେ ହେବାକୁ ରହିଥିବା ପଞ୍ଚାୟତ ନିର୍ବାଚନରେ ସେମାନେ ଜିଲାପରିଷଦ ସଦସ୍ୟଙ୍କ ଜିତାଇବାରେ ସାହାଯ୍ୟ କରିବେ ସେ ସେମାନଙ୍କ ପାଇଁ କାମ କରିବେ ବୋଲି ବିଧାୟକ କହିଛନ୍ତି। ଏଭଳି ଉକ୍ତି ରଖିବା ସହ ସେ ଏବେ ଦଳକୁ ସଜାଡ଼ିବା ପାଇଁ କାମ କରୁଥିବା କହିଥିବା ଭିଡିଓ ଭାଇରାଲ ହେଉଛି। ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ଭୋଟର ଭାଇଭଉଣୀମାନେ ତାଙ୍କୁ ବହୁତ ବିଶ୍ୱାସ ରଖି ଚଳିତ ନିର୍ବାଚନରେ ତାଙ୍କୁ ଜିତାଇଛନ୍ତି। ପୂର୍ବରୁ ୨୦୦୦ ମସିହାରୁ ୨୦୦୪ ପର୍ଯ୍ୟନ୍ତ ବିଧାୟକ ରହିଥିବାରୁ ତାଙ୍କୁ ଅଞ୍ଚଳବାସୀ ଏବଂ ଦଳୀୟକର୍ମୀ ଭରସା କରି ଜିତାଇଛନ୍ତି। ଏଣୁ ନିର୍ବାଚନ ମଣ୍ଡଳୀ ଲୋକଙ୍କ ଭରସାକୁ ରଖି ସେ କାମ କରିବେ ବୋଲ ଉକ୍ତ ଭିଡିଓରେ କହିଛନ୍ତି ା ଏଭଳି ଭିଡିଓ ଭାଇରାଲ ଘଟଣାରେ ବିଧାୟକ ସାଲୁଗା ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଚଳିତ ସାଧାରଣ ନିର୍ବାଚନ ପରେ ଦାରିଙ୍ଗବାଡ଼ି ଡୁଲୁରୀ ପାଇନ ବଣରେ ଗତ ଜୁନ ୧୧ରେ ଦଳର ଏକ ସମୀକ୍ଷା ବୈଠକରେ କର୍ମୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଯେଉଁ ଦଳୀୟକର୍ମୀମାନେ ଦଳ ପାଇଁ କାମ କରିବା ବଦଳରେ ଦଳରେ ଥାଇ ଅନ୍ୟ ଦଳ ପାଇଁ କାମ କରୁଛନ୍ତି ଏବଂ ଦଳ ସହ ଧୋକାବାଜି କରୁଛନ୍ତି ସେମାନଙ୍କୁ ସଜାଡ଼ିବା ପାଇଁ ସେ କିଛି ପରାମର୍ଶ ଦେଇଥିଲେ। କିନ୍ତୁ ସମ୍ପୁର୍ଣ୍ଣ ଭିଡିଓକୁ ଭାଇରାଲ ନ କରି ମିଥ୍ୟା ଏକ ଭିଡିଓ ପ୍ରସ୍ତୁତ କରି ଲୋକଙ୍କ ଆଗରେ ତାଙ୍କୁ ବଦନାମ କରାଯିବାକୁ ଷଡ଼ଯନ୍ତ୍ର କରାଯାଉଥିବା ସେ କହିଛନ୍ତି କହିଛନ୍ତି।

Share