Categories: ଜାତୀୟ

ନିର୍ଭୟା ଅପରାଧୀଙ୍କୁ ଚୂଡ଼ାନ୍ତ ନୋଟିସ

ନୂଆଦିଲ୍ଲୀ,୧୯।୧୨(ଆଇଏଏନ୍‌ଏସ୍‌): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅପରାଧୀଙ୍କୁ ବୁଧବାର ରାତିରେ ତିହାର ଜେଲ୍‌ ପ୍ରଶାସନ ଚୂଡ଼ାନ୍ତ ନୋଟିସ ଜାରି କରିଛନ୍ତି। ଯଦି ସେମାନେ ମୃତ୍ୟୁଦଣ୍ଡାଦେଶ ବିରୋଧରେ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ଆବେଦନ କରିବାକୁ ଚାହୁଁଥାନ୍ତି ତେବେ ସପ୍ତାହେ ମଧ୍ୟରେ ଆବେଦନପତ୍ର ଦାଖଲ କରିବାକୁ କୁହାଯାଇଛି। ଦୋଷୀସାବ୍ୟସ୍ତ ମୁକେଶ ସିଂ, ଅକ୍ଷୟ ସିଂ, ପଓ୍ବନ କୁମାର ଗୁପ୍ତା ଓ ବିନୟ ଶର୍ମାଙ୍କୁ ଏହି ନୋଟିସ ଜାରି ହୋଇଥିବା ତିହାର ଜେଲ୍‌ ମହାନିର୍ଦ୍ଦେଶକ ସନ୍ଦିପ୍‌ ଗୋୟଲ କହିଛନ୍ତି। ଦିଲ୍ଲୀର ଅତିରିକ୍ତ ଦୌରା ଜଜ୍‌ ସତୀଶ କୁମାର ଆରୋରା ଅପରାଧୀମାନଙ୍କୁ ଫାଶୀ ଦେବା ପାଇଁ ମୃତ୍ୟୁ ଓ୍ବାରେଣ୍ଟ ଜାରି ସମ୍ପର୍କିତ ଶୁଣାଣି ଜାନୁୟାରୀ ୭କୁ ସ୍ଥଗିତ ରଖିବା ସହ କ୍ଷମା ଆବେଦନ ପାଇଁ ସେମାନଙ୍କୁ ସାନି ନୋଟିସ ଜାରି କରିବା ନିମନ୍ତେ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share