ନୂଆଦିଲ୍ଲୀ,୯।୧୨: ନିର୍ଭୟା କାଣ୍ଡକୁ ଇତିମଧ୍ୟରେ ୭ ବର୍ଷ ବିତି ଯାଇଛି। ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ଡିସେମ୍ବର ୧୬ରେ ଫାଶୀ ଦିଆଯିବ ବୋଲି କୁହାଯାଉଛି। ୭ବର୍ଷ ତଳେ ୨୦୧୨ ଡିସେମ୍ବର ୧୬ରେ ନିର୍ଭୟା କାଣ୍ଡ ହୋଇଥିଲା। ତିହାର ଜେଲ୍ ପ୍ରଶାସନ ସକ୍ରିୟ ହୋଇଥିବାରୁ ଦୋଷୀଙ୍କୁ ଶୀଘ୍ର ଫାଶୀ ଦିଆଯିବାର ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଏହି ମାମଲାରେ ୬ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ରାମ ସିଂ ଜେଲରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସେହିପରି ଅନ୍ୟ ଜଣେ ନାବାଳକଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା। ଅନ୍ୟ ୪ ଦୋଷୀ ମୁକେଶ, ବିନୟ, ଅକ୍ଷୟ ଏବଂ ପଓ୍ବନଙ୍କୁ ଫାଶୀ ଦଣ୍ଡାଦେଶ କରାଯାଇଛି।