Categories: ଜାତୀୟ

ନିର୍ଭୟା ଦୋଷୀଙ୍କୁ ଫାଶୀ: ଜାନୁୟାରୀ ୨୦ରେ ଜେଲ୍‌ରେ ପହଞ୍ଚିବେ ଘାତକ ପଓ୍ବନ; ୬୦ ହଜାର ମିଳିବ ପାରିଶ୍ରମିକ

ନୂଆଦିଲ୍ଲୀ,୧୫।୧: ତିହାର ଜେଲ୍‌ରେ ନିର୍ଭୟା ଦୋଷୀଙ୍କୁ ୨୨ ଜାନୁୟାରୀରେ ଫାଶୀ ଦିଆଯିବ। ଏଥିପାଇଁ ଘାତକ ପଓ୍ବନ ଜାନୁୟାରୀ ୨୦ରେ ଜେଲ୍‌ରେ ପହଞ୍ଚିବେ। ୪ ଦୋଷୀ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂଙ୍କୁ ଫାଶୀ ଦେବା ପାଇଁ ୧୫ ହଜାର ଲେଖାଏଁ କରି ଘାତକଙ୍କୁ ମୋଟ ୬୦ ହଜାର ଟଙ୍କା ପାରିଶ୍ରମିକ ମିଳିବ। ଏହା ସହିତ ଜେଲ୍‌ କର୍ତ୍ତୃପକ୍ଷ ଘାତକଙ୍କର ଯିବା ଆସିବା ଏବଂ ରହଣି ଖର୍ଚ୍ଚ ବହନ କରିବେ। ଘାତକଙ୍କୁ ୨୪ ଘଣ୍ଟା କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିଦ୍ଦିଷ୍ଟ କ୍ୱାଟରରେ ରଖାଯିବ। ଜାନୁୟାରୀ ୨୧ରେ ଘାତକ ୪ ଦୋଷୀଙ୍କ ଡମିକୁ ଫାଶୀ ଦେବେ। ସୂଚନାଯୋଗ୍ୟ, ପୂର୍ବରୁ ଫାଶୀ ଦେବା ପାଇଁ ଘାତକଙ୍କୁ ଦେଢ଼ ଶହ ଟଙ୍କା ପାରିଶ୍ରମିକ ମିଳୁଥିତ୍ବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇଛି।

Share