Categories: ଜାତୀୟ

ନିର୍ଭୟା ଦୋଷୀଙ୍କୁ ଫାଶୀ ପାଇଁ ତିହାର ଜେଲ୍‌ରେ ୪ ମଞ୍ଚ ୪ ସୁଡ଼ଙ୍ଗର ନିର୍ମାଣ ଶେଷ: ଜାନୁୟାରୀ ୭ରେ ଓ୍ବାରେଣ୍ଟ୍‌ ଶୁଣାଣି

ନୂଆଦିଲ୍ଲୀ,୧।୧: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ୍‌ରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଜେଲ୍‌ରେ ୪ ଫାଶୀ ମଞ୍ଚ ସହିତ ୪ ସୁଡ଼ଙ୍ଗ ନିର୍ମାଣ ଶେଷ ହୋଇଛି। ପୂର୍ବରୁ ଏଠାରେ ଗୋଟିଏ ଫାଶୀ ମଞ୍ଚ ଥିଲା। ଜେଲ୍‌ରେ ଜେସବି ମେସିନ୍‌ ସହାୟତାରେ ଏସବୁ ନିର୍ମାଣ କରାଯାଇଛି। ନିର୍ଭୟା ଦୋଷୀଙ୍କୁ ଏକସାଙ୍ଗରେ ଫାଶୀ ଦିଆଯିବ ବୋଲି କୁହାଯାଉଛି। ଜାନୁୟାରୀ ୭ରେ ଦୋଷୀଙ୍କ ଡେଥ୍‌ ଓ୍ବାରେଣ୍ଟ୍‌ ଉପରେ ପଟିଆଲା ହାଉସ୍‌ କୋର୍ଟରେ ଶୁଣାଣି ହେବ। ୪ ଦୋଷୀ ଅକ୍ଷୟ, ପଓ୍ବନ,ବିନୟ ଏବଂ ମୁକେଶ କ୍ୟୁରେଟିଭ୍‌ ପିଟିଶନ୍‌ ପାଇଁ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ପ୍ରଦାନ କରିଛନ୍ତି। ଡିସେମ୍ବର ୧୯ରେ ପୁନର୍ବିଚାର ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଥିଲେ। ଏହାର ମାସକ ମଧ୍ୟରେ କ୍ୟୁରେଟିଭ୍‌ ପିଟିଶନ୍‌ ଦାଖଲ କରାଯିବାର ନିୟମ ରହିଛି। ଏହାପରେ ରାଜକ୍ଷମା ଅନ୍ତିମ ବିକଳ୍ପ ଭାବେ ରହିଥିବା କୁହାଯାଉଛି।

Share