Categories: ଜାତୀୟ

ନିର୍ଭୟା ଦୋଷୀଙ୍କୁ ଫାଶୀ ଦେଲେ ବନ୍ଦ ହେବ କି ବଳାତ୍କାର: ଏପି ସିଂ

ନୂଆଦିଲ୍ଲୀ,୧୩।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କ ପାଇଁ ଲଢୁଥିବା ଓକିଲ ଶୁକ୍ରବାର ସକାଳୁ ଏକ ଚର୍ଚ୍ଚିତ ବୟାନ ଦେଇଛନ୍ତି। ଦୋଷୀଙ୍କ ଓକିଲ ଥିବା ଏପି ସିଂ କହିଛନ୍ତି ଯଦି ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯାଏ ତେବେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ବା ବଳାତ୍କାର ବନ୍ଦ ହୋଇଯିବାର ପ୍ରତିଶ୍ରୁତି କିଏ ଦେବ। ଏହାସହ ସେ ହାଇଦ୍ରାବାଦ ଏନ୍‌କାଉଣ୍ଟରକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି। ସିଂ କହିଛନ୍ତି ତେଲେଙ୍ଗାନା ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ଓ ହତ୍ୟା ମାମଲରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରାଗଲା। ଏବେ ସଂସଦରେ ଆମ ଏମ୍‌ପିମାନେ ଯେମିତି କହୁଛନ୍ତି ଏଭଳି ଅଭିଯୁକ୍ତଙ୍କୁ ଗୁଳି କରିଦେବା ଠିକ୍‌ ଏହା ସମ୍ବିଧାନର ଅପମାନ ବୋଲି ସେ କହିଛନ୍ତି।

Share