Advertisement

ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ପରେ ବଲିଉଡ୍‌ କଳାକାରଙ୍କ ପ୍ରତିକ୍ରିୟା

ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଭୋର ସାଢ଼େ ୫ଟାରେ ତିହାର ଜେଲରେ ଫାଶୀ ଦିଆଯାଇଛି। ବହୁ ପ୍ରତୀକ୍ଷାର ଅନ୍ତ ଘଟି ଶେଷରେ ଦୀର୍ଘ ୭ ବର୍ଷ ପରେ ନିର୍ଭୟା ଓ ତାଙ୍କ ପରିବାରଙ୍କୁ ନ୍ୟାୟ ମିଳିଛି। ଏହି ଐତିହାସିକ ରାୟ ମିଳିବା ପରେ ବଲିଉଡ୍‌ କଳାକାରମାନେ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି।
ଅଭିନେତା ଋଷି କପୁର ଟୁଇଟ୍‌ କରି ଲେଖିଛନ୍ତି ଯେ, ଏହି ଫାଶୀ କେବଳ ଭାରତ ପାଇଁ ନୁହେଁ ବରଂ ଦୁନିଆ ପାଇଁ ଏକ ଉଦାହରଣ। ଆହୁରି ମଧ୍ୟ ସେ ଲେଖିଛନ୍ତି, ଯିଏ ଯେମିତି କରିବ, ସେମିତି ପାଇବ।
ତାପସୀ ପନ୍ନୁ ଟୁଇଟ୍‌ କରିଛନ୍ତି, ଶେଷରେ ଫାଶୀ ହେଲା। ଆଶା କରୁଛି ନିର୍ଭୟାଙ୍କ ମା’ବାପା ଏବେ ଶାନ୍ତିରେ ଶୋଇପାରିବେ। ଏହା ତାଙ୍କ ପାଇଁ ବହୁ ଲମ୍ବା ସଂଘର୍ଷ ଥିଲା। ସେହିପରି ପ୍ରୀତି ଜିଣ୍ଟା ସୋସିଆଲ ମିଡିଆରେ ଟୁଇଟ୍‌ କରିଛନ୍ତି, ଶେଷରେ ନ୍ୟାୟ ମିଳିଲା। ୨୦୧୨ରେ ଏହି ନ୍ୟାୟ ମିଳିଥିଲେ ଅନେକ ମହିଳା ଏପରି କାଣ୍ଡରୁ ରକ୍ଷାପାଇ ପାରିଥାନ୍ତେ।
ଅଭିନେତ୍ରୀ ସୁସ୍ମିତା ସେନ୍‌ ନିର୍ଭୟାଙ୍କ ମା’ଙ୍କ ନିଷ୍ଠାର ପ୍ରଶଂସା କରିଛନ୍ତି।
ରିତେଶ ଦେଶମୁଖ ନିର୍ଭୟାଙ୍କ ପରିବାର ଏବଂ ବନ୍ଧୁଙ୍କ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share