ନୂଆଦିଲ୍ଲୀ, ୨୩।୧: ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କ ସୁରକ୍ଷା ପାଇଁ ଜେଲ୍ ପ୍ରଶାସନ ପ୍ରତିଦିନ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଛି। ଯେଉଁ ଦିନଠାରୁ କୋର୍ଟ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଘୋଷଣା କରିଥିଲେ। ସେବେଠାରୁ ଜେଲ୍ରେ ଦୋଷୀଙ୍କ ସୁରକ୍ଷା ବଢାଇ ଦିଆଯାଇଛି। ଜେଲ୍ ବାହାରେ ୨୪ ଘଣ୍ଟା ୩୨ ଜଣ ସୁରକ୍ଷାକର୍ମୀ ଏବଂ ଫାଶୀ ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ପ୍ରତିଦିନ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ପ୍ରତି ଦୁଇଘଣ୍ଟାରେ ସୁରକ୍ଷାକର୍ମୀଙ୍କ ଶିଫ୍ଟ ବଦଳାଯାଉଛି। ଯାହାଫଳରେ ସେମାନେ ବିଶ୍ରାମ ନେଇପାରିବେ। ସୂଚନାଯୋଗ୍ୟ, ନିର୍ଭୟା ଦେଷୀଙ୍କୁ ତିହାର ଜେଲ ନମ୍ବର ୩ରେ ଅଲଗା ଅଲଗା ସେଲ୍ରେ ରଖାଯାଇଛି। ସେଲ୍ ବାହାରେ ୨ଜଣ ସୁରକ୍ଷାକର୍ମୀ ଡେରା ପକାଇଛନ୍ତି।