Categories: ଜାତୀୟ

ନିର୍ଭୟା ବଳାତ୍କାର ମାମଲା: ଅଭିଯୁକ୍ତ ବିନୟ ଶର୍ମାଙ୍କୁ ତିହାର ଜେଲ୍‌କୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୧୦।୧୨: ନିର୍ଭୟା ବଳାତ୍କାର ମାମଲାର ଅଭିଯୁକ୍ତ ବିନୟ ଶର୍ମାଙ୍କୁ ତିହାର ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଆଗରୁ ସେ ମଣ୍ଡୋଲି ଜେଲରେ ବନ୍ଦୀ ଥିଲେ। ପୂର୍ବରୁ ଅନ୍ୟ ୩ ଅଭିଯୁକ୍ତ ମୁକେଶ, ପବନ ଓ ଅକ୍ଷୟ ତିହାର ଜେଲରେ ବନ୍ଦୀ ଅଛନ୍ତି। ୨୦୧୨ ଡିସେମ୍ବର ୧୬ରେ ରାଜଧାନୀରେ ହୋଇଥିବା ନିର୍ଭୟା ଘଟଣାକୁ ଚଳିତ ବର୍ଷ ୭ବର୍ଷ ପୂରା ହେଉଥିବା ବେଳେ ୪ଅଭିଯୁକ୍ତଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ପଟିଆଲା ହାଉସ୍‌ କୋର୍ଟରେ ଡିସେମ୍ବର ୧୩ରେ ହେବ। ଗତ ଶୁଣାଣିରେ କୋର୍ଟ ଅଭିଯୁକ୍ତମାନଙ୍କୁ ଏକ ନୋଟିସ ଜାରି କରିଥିଲେ। ଅପରପକ୍ଷରେ ବିନୟ ନିଜ ଫାଶୀଦଣ୍ଡ ବିରୋଧରେ କୋର୍ଟରେ ଏକ ଆବେଦନ କରିଥିଲେ। ହେଲେ ଏହି କ୍ଷମା ପ୍ରାର୍ଥନାକୁ ସରକାର ଖାରଜ କରିଦେଇଥିବା ବେଳେ ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇ ଦିଆଯାଇଛି।

Share