Categories: ଜାତୀୟ

ନିର୍ଭୟା ମା’ଙ୍କ ପ୍ରାର୍ଥିତ୍ୱକୁ ସ୍ବାଗତ କରୁଛି କଂଗ୍ରେସ: ସୁବାଷ ଚୋପ୍ରା

ନୂଆଦିଲ୍ଲୀ,୧୭।୧: ଗଣବଳାତ୍କାର ପୀଡିତା ନିର୍ଭୟାଙ୍କ ମା’ ଆଶା ଦେବୀ ରାଜନୀତିକୁ ଆସୁଛନ୍ତି ବୋଲି ଖବର ପ୍ରଚାର ହେବା ପରେ ଏବେ ଏହା ଚର୍ଚ୍ଚାକୁ ଆସିଛି। ଦିଲ୍ଲୀ କଂଗ୍ରେସର ମୁଖ୍ୟ ସୁବାଷ ଚୋପ୍ରା କହିଛନ୍ତି, ଗଣମାଧ୍ୟମର ସୂଚନା ଅନୁଯାୟୀ ଆଶା ଦେବୀ କଂଗ୍ରେସ ଟିକେଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବିପକ୍ଷରେ ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ଲଢୁଥିବା ଜଣାପଡିଲା। ଯଦି ଏହା ସତ ତେବେ ଏହାକୁ କଂଗ୍ରେସ ସ୍ବାଗତ କରୁଛି ବୋଲି ଚୋପ୍ରା କହିଛନ୍ତି। ଅନ୍ୟପଟେ ଏହି ଖବର ପ୍ରଚାର ହେବା ପରେ ଆଶ ଦେବୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ରାଜନୀତିରେ ତାଙ୍କର ଆଦୌ ରୁଚି ନାହିଁ। ସେ କେବଳ ଝିଅ ପାଇଁ ନ୍ୟାୟ ଦରକାର ଓ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାକୁ ସେ ଅପେକ୍ଷା କରିଛନ୍ତି।

Share