Categories: ଜାତୀୟ

ନିର୍ଭୟା ମାମଲାକୁ ନେଇ ଆନ୍ନାଙ୍କ ମୌନବ୍ରତ

ପୁଣେ, ୨୧ା୧୨ (ପି.ଟି.): ନିର୍ଭାୟା ଗଣବଳାତ୍କାର, ହତ୍ୟା ମାମଲାର ତ୍ୱରିତ ଶୁଣାଣି ସହ ପୀଡ଼ିତାଙ୍କ ପରିବାରକୁ ଶୀଘ୍ର ନ୍ୟାୟ ପ୍ରଦାନ ଦାବିରେ ସାମାଜିକ କର୍ମୀ ଆନ୍ନା ହଜାରେ ଶୁକ୍ରବାରଠାରୁ ନିଜ ଗ୍ରାମ ମହାରାଷ୍ଟ୍ରର ରାଲେଗାଁଓ ସିଦ୍ଧିରେ ମୌନବ୍ରତ ଆରମ୍ଭ କରିଛନ୍ତି। ଏନେଇ ଗତ ୯ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠିଲେଖି ଅବଗତ କରାଇଥିଲେ। ଶୀଘ୍ର ଏହି ମାମଲାରେ ନ୍ୟାୟ ପ୍ରଦାନ କରା ନ ଗଲେ ଅନିର୍ଦ୍ଦିଷ୍ଟ କାଳ ଲାଗି ଆମରଣ ଅନଶନରେ ବସିବି ବୋଲି ହଜାରେ ଖବରଦାତା ସମ୍ମିଳନୀରେ କହିଛନ୍ତି। ନ୍ୟାୟ ମିଳିବାରେ ବିଳମ୍ବ ଯୋଗୁ ନ୍ୟାୟପାଳିକା ଓ ପୋଲିସ ଉପରୁ ଲୋକଙ୍କ ଆସ୍ଥା ତୁଟୁଥିବ ସେ ଅଭିଯୋଗ କରିଛନ୍ତି। ସମସ୍ୟାର ସମାଧାନ ଲାଗି ପୋଲିସ କାର୍ଯ୍ୟଦକ୍ଷତା ବୃଦ୍ଧି ଓ ଖାଲିଥିବା ବିଚାରପତି ପଦ ପୂରଣ କରାଯିବା ସହ ପାର୍ଲାମେଣ୍ଟରେ ନ୍ୟାୟିକ ଉତ୍ତରଦାୟୀ ବିଲ୍‌ ପାସ୍‌ କରାଯିବା ଜରୁରୀ ବୋଲି ହଜାରେ ଦାବି କରିଛନ୍ତି।

Share