Categories: ଜାତୀୟ

ନିର୍ଭୟା ମାମଲାର ଦୋଷୀଙ୍କୁ ଖୁବ୍‌ଶୀଘ୍ର ମିଳିପାରେ ଫାଶୀ: ତିହାର ଜେଲ୍‌ରେ ନାହାନ୍ତି ଘାତକ

ନୂଆଦିଲ୍ଲୀ,୩।୧୨: ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କ ନିକଟରେ ଆଉ ଆଇନର ଆଶ୍ରୟ ନେବାକୁ କୌଣସି ବାଟ ନ ଥିବା ଜଣାପଡିଛି। ତେଣୁ ଏମାନଙ୍କ ଫାଶୀ ଦଣ୍ଡର ତାରିଖ ଖୁବ୍‌ଶୀଘ୍ର ଆସିପାରେ ବୋଲି ଅନୁମାନ କରାଯାଉଛି। ହେଲେ ଏହାକୁ ନେଇ ଏବେ ତିହାର ଜେଲ୍‌ ପ୍ରଶାସନ ଚିନ୍ତାରେ ପଡିଯାଇଛନ୍ତି। କାରଣ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ଦେବା ଲାଗି କୌଣସି ଘାତକ ବା ଜହ୍ଲାଦ ତିହାର ଜେଲ୍‌ରେ ନାହାନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ମାସ ମଧ୍ୟରେ ଏମାନଙ୍କୁ ଫାଶୀ ଦିଆଯାଇପାରେ। ଆଉ ଏହାକୁ ନେଇ ଏବେଠାରୁ ଜେଲ୍‌ ପ୍ରଶାସନ ଚିନ୍ତାରେ ପଡିଗଲେଣି। ତେବେ କୋର୍ଟ ଦୋଷୀଙ୍କ ଉଦ୍ଦେଶ୍ୟରେ ବ୍ଲାକ୍‌ ଓ୍ବାରେଣ୍ଟ ଜାରି କରିବା ପରେ କୌଣସି ମୁହୂର୍ତ୍ତରେ ଦୋଷୀଙ୍କୁ ଫାଶୀ ଦିଆଯାଇପାରେ। ଯଦି ରାଷ୍ଟ୍ରପତି ଦୋଷୀଙ୍କ କ୍ଷମା ଆବେଦନକୁ ଖାରଜ କରିଦିଅନ୍ତି ତେବେ ଏହାପରେ ଓ୍ବାରେଣ୍ଟ ଜାରି କରାଯିବା ସହ ଫାଶୀର ତାରିଖ ଧାର୍ଯ୍ୟ କରାଯିବ।

Share