Categories: ଜାତୀୟ

ନିର୍ଭୟା ମାମଲା: ଅଭିଯୋଗକୁ ନେଇ ସଫେଇ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧: ନିର୍ବାଚନ ଋତୁରେ ନିର୍ଭୟା ଭଳି ସମ୍ବେଦନଶୀଳ ମାମଲାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରେ ନିର୍ଭୟାଙ୍କ ମା’ ଆଣିଥିବା ଅଭିଯୋଗର ସଫେଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ନିର୍ଭୟା ମାମଲାକୁ ନେଇ ଦିଲ୍ଲୀ ସରକାରଙ୍କ ଦ୍ୱାରା ଯାହାସବୁ କାମ ଅଛି ତାହା ମାତ୍ର କିଛି ଘଣ୍ଟା ମଧ୍ୟରେ ଶେଷ କରାଯିବ। ଏଥିରେ କୌଣସି ବିଳମ୍ବ କରାଯିବ ନାହିଁ। କାରଣ ଆମେ ଚାହୁଁଛୁ ଦୋଷୀଙ୍କୁ ଯେତେଶୀଘ୍ର ଫାଶୀ ଦିଆଯାଉ। ସୂଚନାଯୋଗ୍ୟ, ୨୦୧୨ ମସିହାର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ମୁକେଶ କ୍ଷମା ଆବେଦନ କରିଥିବା ବେଳେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ଖାରଜ କରି ଦେଇଛନ୍ତି। ଅନ୍ୟପଟେ ଏହି ମାମଲାର ୪ ଦୋଷୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ହେବାକୁ ଥିବା ବେଳେ ନିୟମ ଅନୁଯାୟୀ ଏହା ବିଳମ୍ବ ହେଉଥିବାରୁ ଏହାକୁ ନେଇ ନିର୍ଭୟାଙ୍କ ମା’ ଦିଲ୍ଲୀର ଏଏପି ସରକାରଙ୍କୁ ଦାୟୀ କରିଥିଲେ।

Share