Categories: ଜାତୀୟ

ନିର୍ଭୟା ମାମଲା: ଆବେଦନର ଶୀଘ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କଲେ ଦୋଷୀ ମୁକେଶ

ନୂଆଦିଲ୍ଲୀ,୨୭।୧: ନିର୍ଭୟା ଗଣବଳାତ୍କାର ମାମଲାରେ ୪ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏହି ଭୟରେ ଦିନ ଗଣୁଥିବା ୪ ଦୋଷୀଙ୍କ ମଧ୍ୟରୁ ମୁକେଶ କୁମାର ସିଂ ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ନିକଟରୁ କ୍ଷମା ଆବେଦନ ଖାରଜ ହେବା ପରେ ମୁକେଶ ଏହାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉକ୍ତ ଆବେଦନର ଶୀଘ୍ର ଶୁଣାଣି ପାଇଁ ଏବେ ମୁକେଶ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହାକୁ ନେଇ ସୁପ୍ରିମକୋମୁଖ୍ୟ ବିଚାରପତି ଏସ୍‌.ଏ ବୋବଡେ କହିଛନ୍ତି ମୁକେଶଙ୍କ ଆବେଦନର ତୁରନ୍ତ ଶୁଣାଣି ଆବଶ୍ୟକ। ଯାହାକୁ ଫାଶୀ ଖୁଣ୍ଟରେ ଚଢିବାକୁ ମାତ୍ର ୩ ଦିନ ବାକି ରହିଛି ସେଭଳି ଆବେଦନର ଶୁଣାଣିକୁ ପ୍ରାଥମିକତା ଦିଆଯିବ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ମୁକେଶଙ୍କ କ୍ଷମା ଆବେଦନକୁ ଗତ ୧୭ ତାରିଖରେ ଖାରଜ କରି ଦେଇଥିଲେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି କ୍ଷମା ଆବେଦନକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ବେଳେ ରାଷ୍ଟ୍ରପତି ଏହାକୁ ତୁରନ୍ତ ଖାରଜ କରିଦେଇଥିଲେ।

Share