Categories: ଜାତୀୟ

ନିର୍ଭୟା ମାମଲା: କାନ୍ଥରେ ମୁଣ୍ଡ ବାଡେଇ ଆହତ ହେଲେ ବିନୟ

ନୂଆଦିଲ୍ଲୀ,୨୦।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ନିଜେ ରହୁଥିବା ସେଲ୍‌ର କାନ୍ଥରେ ମୁଣ୍ଡ ବାଡେଇ ନିଜକୁ ଆହତ କରିଥିବା ସୂଚନା ମିଳିଛି। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ହୋଇଥିବା ବେଳେ ଘଟଣାଟି ଗତ ୧୬ ତାରିଖର ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭାୟା ଗଣବଳାତ୍କାର ମାମଲାରେ ୪ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଏମାନଙ୍କୁ ଆସନ୍ତା ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରଣ୍ଟ ଜାରି କରାଯାଇଛି। ଗତ ସୋମବାର ପଟିଆଲ ହାଉସ୍‌ କୋର୍ଟ ପକ୍ଷରୁ ଏହି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ କହିଥିଲେ, ବିନୟଙ୍କ ମାନସିକ ଅବସ୍ଥା ଠିକ୍‌ ନାହିଁ। ସେ ଖାଦ୍ୟ ଗହଣ କରୁ ନ ଥିବା ମଧ୍ୟ ଓକିଲ ଦର୍ଶାଇଥିଲେ।

Share