Categories: ଜାତୀୟ

ନିର୍ଭୟା ମାମଲା: କୋର୍ଟରେ ଦାଖଲ ହେଲା ଷ୍ଟାଟସ ରିପୋର୍ଟ

ନୂଆଦିଲ୍ଲୀ,୧।୨: ନିର୍ଭୟା ଗଣବଳାତ୍କାର ମାମଲାର ଷ୍ଟାଟସ ରିପୋର୍ଟ ଶନିବାର ଜିହାର ଜେଲ ପ୍ରଶାସନ ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି। ଏହି ମାମଲାର ଦୋଷୀ ବିନୟଙ୍କ କ୍ଷମା ଆବେଦନ ଖାରଜ ହୋଇଯିବା ଓ ଅକ୍ଷୟ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିବାକୁ ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ଏହି ମାମଲାର ଶୁଣାଣି ସୋମବାର ହେବ। ଏଥିରେ ତିହାର ଜେଲ ପ୍ରଶାସନ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିବାକୁ ଦାବି କରିବେ ବୋଲି କୁହାଯାଉଛି। ତେବେ ବିନୟଙ୍କ କ୍ଷମା ଆବେଦନକୁ ନେଇ ରାଷ୍ଟ୍ରପତିଙ୍କ ନିକଟରୁ କିଛି ନ ଆସିବା ପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ସୂଚନା ରହିଛି। ୨୦୧୨ର ଏହି ବହୁ ଚର୍ଚ୍ଚିତ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ହେବା ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି।

Share