Categories: ଜାତୀୟ

ନିର୍ଭୟା ମାମଲା: କୋର୍ଟ ବାହାରେ ବେହୋସ୍‌ ହେଲେ ଦୋଷୀଙ୍କ ପତ୍ନୀ

ନୂଆଦିଲ୍ଲୀ,୧୯।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିବା ବେଳେ ଗୁରୁବାର ଦୋଷୀ ପବନଙ୍କ କ୍ୟୁରେଟିଭ ପିଟିଶନ ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହୋଇଯାଇଛି। ଅନ୍ୟପଟେ ଗୁରୁବାର ପଟିଆଲା ହାଉସ କୋର୍ଟରେ ପହଞ୍ଚି କୋର୍ଟ ବାହାରେ ନିର୍ଭୟା ମାମଲାର ଦୋଷୀ ଅକ୍ଷୟ ସିଂ ଠାକୁରଙ୍କ ପତ୍ନୀ ପୁନିତା ଦେବୀ ବେହୋସ୍‌ ହୋଇଯାଇଥିବା ଜଣାପଡିଛି। ତେବେ ଫାଶୀ ତାରିଖକୁ ଘୁଞ୍ଚାଇବାକୁ ଯାଇ ପୁନିତା ଏସବୁ ଅଭିନୟ କରିଥିବା ଆଲୋଚନା ହେଉଛି। ଏହାପୂର୍ବରୁ ପୁନିତା ଅକ୍ଷୟଙ୍କ ବିଧବା ପତ୍ନୀ ହୋଇ ବଞ୍ଚିବାକୁ ଚାହାଁନ୍ତି ନାହିଁ ଦର୍ଶାଇ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ହେଲେ ଏହି ମାମଲାର ଶୁଣାଣି ସମୟରେ ସେ କୋର୍ଟରେ ଉପସ୍ଥିତ ନ ରହି ଏପଟେ ପଟିଆଲା ହାଉସ୍‌ କୋର୍ଟ ବାହାରେ ଆସି ବେହୋସ୍‌ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Share