Categories: ଜାତୀୟ

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ ଆବେଦନ

ନୂଆଦିଲ୍ଲୀ,୩୧।୧: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଅଭିଯୁକ୍ତ ପବନ ଗୁପ୍ତାଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ଘଟଣା ସମୟରେ ପବନ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁକ୍ରବାର କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ପୂର୍ବରୁ ଅନୁମାନ କରାଯାଉଥିଲା କି ପବନଙ୍କ ଆବେଦନର ଶୁଣାଣି ଯଦି ବିଳମ୍ବ ହୁଏ ତେବେ ବାକି ୩ ଦୋଷୀଙ୍କୁ ହୁଏତ ଫେବୃୟାରୀ ୧ରେ ଫାଶୀ ଦିଆଯିବ। ଏବେ ପବନଙ୍କ ଆବେଦନ ଖାରଜ ହେବା ପରେ ସମସ୍ତଙ୍କ ନଜର ଫାଶୀ ଉପରେ। ଫେବୃୟାରୀ ୧ରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ହେବ କି ନା ତାକୁ ସମସ୍ତେ ଅପେକ୍ଷା ରଖିଛନ୍ତି। ସୂଚନାଯୋଗ୍ୟ, ୨୦୧୨ରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ନିର୍ଭୟା ଗଣବଳାତ୍କାର ମାମଲା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏଥିରେ ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି।

Share