Categories: ଜାତୀୟ

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ କ୍ୟୁରେଟିଭ ପିଟିଶନ

ନୂଆଦିଲ୍ଲୀ,୨।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ କ୍ୟୁରେଟିଭ ପିଟିଶନ ସୋମବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ମଧ୍ୟ କୋର୍ଟ ମନା କରି ଦେଇଛନ୍ତି। ଏବେ ପବନଙ୍କ ପାଖରେ କେବଳ କ୍ଷମା ଆବେଦନ ବାକି ରହିଛି। ଏହାକୁ ଦେଖିବା ପରେ ଏବେ ଆଲୋଚନା ହେଉଛି କି ନିର୍ଭୟା ମାମଲାର ଦୋଷୀଙ୍କ ଫାଶୀ ଦେବାର ସମୟ ହୁଏତ ଘୁଞ୍ଚିଯାଇପାରେ। ସୂଚନାଯୋଗ୍ୟ, ନିର୍ଭୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି।

Share