Categories: ଜାତୀୟ

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୨।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ ରାଜକ୍ଷମା ଆବେଦନକୁ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରି ଦେଇଛନ୍ତି। ସୋମବାର ସକାଳୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ପବନଙ୍କ କ୍ୟୁରେଟିଭ ପିଟିଶନ ଖାରଜ ହେବା ପରେ ସେ ତାଙ୍କର ଶେଷ ଆଇନଗତ ଦିଗକୁ ନେଇ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲେ। ଏବେ ଏହା ରାଷ୍ଟ୍ରପତିଙ୍କ ଦ୍ୱାରା ଖାରଜ ହେବା ଫଳରେ ମଙ୍ଗଳବାର ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାଲାଗି ସମୟ ସ୍ଥିର କରାଯାଇଥିବା ବେଳେ ଏବେ ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି। ସୂଚନାଯୋଗ୍ୟ, ଦୀର୍ଘ ୭ ବର୍ଷ ତଳର ଅର୍ଥାତ୍‌ ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ ମାର୍ଚ୍ଚ ୩ ସକାଳ ୬ ସ୍ଥିତ କରାଯାଇଥିବା ବେଳେ ଡେଥ୍‌ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି।

Share