ନୂଆଦିଲ୍ଲୀ,୧୩।୨: ନିିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କର ବଞ୍ଚିବାର ବାଟ ପ୍ରାୟତଃ ବନ୍ଦ ହୋଇଯାଇଥିବା ବେଳେ ଏମାନଙ୍କ ଫାଶୀ ତାରିଖକୁ ନେଇ କେନ୍ଦ୍ର ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣିକୁ ଶୁକ୍ରବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବୁଧବାର ଏହି ମାମଲାର ଶୁଣାଣି କରାଯାଇଥିବା ବେଳେ ଏହାକୁ ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ଦୋଷୀଙ୍କ ବିରୋଧରେ ନୂଆ ଡେଥ୍ ଓ୍ବାରେଣ୍ଟ ଜାରି କରିବାକୁ ନେଇ ବୁଧବାର ପଟିଆଲା ହାଉସକୋର୍ଟରେ ଶୁଣାଣି କରାଯାଇଥିଲା। ସୂଚନାଯୋଗ୍ୟ, ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେବା ପରେ ସେ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।