Categories: ଜାତୀୟ

ନିର୍ଭୟା ମାମଲା: ଜାନୁୟାରୀ ୧୪ରେ ହେବ ବିନୟ-ମୁକେଶଙ୍କ କ୍ୟୁରେଟିଭ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୧୧।୧: ଦୀର୍ଘ ୭ ବର୍ଷ ତଳର ଅର୍ଥାତ୍‌ ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିଛି। ଆସନ୍ତା ୨୨ରେ ଏମାନଙ୍କୁ ଦଣ୍ଡବିଧାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ ସମସ୍ତ ୪ ଦୋଷୀଙ୍କ ପାଇଁ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିଲା। ଏହାପରେ ବିନୟ ଶର୍ମା ଓ ମୁକେଶ ନାମକ ୨ ଦୋଷୀ କ୍ଷମା ଆବେଦନ ସ୍ବରୂପ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିଶନ ଦାଖଲ କରିଥିଲେ। ଆସନ୍ତା ୧୪ ତାରିଖରେ ଏହି କ୍ୟୁରେଟିଭ ପିଟିଶନର ଶୁଣାଣି ୫ ଜଣିଆ ଖଣ୍ଡପୀଠରେ କରାଯିବ ବୋଲି ସୂଚନା ମିଳିଛି। ଏହି ଖଣ୍ଡପୀଠରେ ରହିଛନ୍ତି ଜଷ୍ଟିଶ ଏନ୍‌.ଭି.ରାମଣ, ଅରୁଣ ମିଶ୍ର, ଆର୍‌ଏଫ୍‌. ନରିମନ, ଆର୍‌. ବାନୁମଥି ଓ ଅଶୋକ ଭୂଷଣ।

Share