Categories: ଜାତୀୟ

ନିର୍ଭୟା ମାମଲା: ତୃତୀୟ ଡେଥ୍‌ ଓ୍ବାରେଣ୍ଟ ଜାରି କରିବାକୁ ମନା କଲେ କୋର୍ଟ

ନୂଆଦିଲ୍ଲୀ,୭।୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଶୀଘ୍ର ଫାଶୀ ଦେବା ଲାଗି ତିହାର ଜେଲ ପ୍ରଶାସନ ପଟିଆଲା ହାଉସ କୋର୍ଟ ଯାଇଥିଲେ। ଶୁକ୍ରବାର ଏହି ମାମଲାର ଶୁଣାଣି କରି ପଟିଆଲା ହାଉସ କୋର୍ଟ ଏବେ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିବାକୁ ମନା କରି ଦେଇଛନ୍ତି। କାରଣ ନ୍ୟାୟିକ ବିକଳ୍ପ ଦୃଷ୍ଟିରୁ ଦୋଷୀଙ୍କୁ ଆଉ ୭ ଦିନ ସମୟ ଦିଆଯାଇଥିବାରୁ କୋର୍ଟ ତିହାର ଜେଲ ପ୍ରଶାସନକୁ ତରବରିଆ ଭାବେ ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରିପାରିବେ ନାହିଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ପୂର୍ବରୁ କୋର୍ଟ ଫାଶୀ ଦଣ୍ଡା ଦେଶ ଶୁଣାଇଥିବା ବେଳେ ଦୁଇ ଦୁଇଥର ଏମାନଙ୍କର ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରୁ ନାହିଁ। ଦୋଷୀମାନେ ନ୍ୟାୟିକ ବିକଳ୍ପକୁ ଢାଲ କରିଥିବା ବେଳେ ଏମାନଙ୍କ ଫାଶୀ ତାରିଖ ମଧ୍ୟ ଘୁଞ୍ଚିଘୁଞ୍ଚି ଯାଉଛି।

Share