Categories: ଜାତୀୟ

ନିର୍ଭୟା ମାମଲା: ଦୋଷୀଙ୍କ କ୍ୟୁରେଟିଭ ପିଟିସନର ଶୁଣାଣି ଆଜି

ନୂଆଦିଲ୍ଲୀ,୧୪।୧: ନିର୍ଭୟା ଗଣ ବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ଦ୍ୱାରା ଦାଖଲ କରାଯାଇଥିବା କ୍ୟୁରେଟିଭ ପିଟିସନର ଶୁଣାଣି ମଙ୍ଗଳବାର ଦିନ ପ୍ରାୟ ୨ଟା ୩୦ ମିନିଟ୍‌ରେ କରାଯିବ। ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ। କ୍ୟୁରେଟିଭ ପିଟିସନ କ୍ଷମା ଆବେଦନର ଶେଷ ପର୍ଯ୍ୟାୟ। ସୂଚନାଯୋଗ୍ୟ, ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଶୁଣାଇବା ସହ ଆସନ୍ତା ୨୨ ତାରିଖରେ ଏମାନଙ୍କୁ ଫାଶୀ ଦିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ଡେଥ୍‌ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି। ଏହାପୁର୍ବରୁ ୨ ଦୋଷୀ ବିନୟ ଓ ମୁକେଶ କ୍ୟୁରେଟିଭ ପିଟିସନ ଦାଖଲ କରିଥିବା ବେଳେ ଅନ୍ୟ ୨ ଦୋଷୀ କ୍ଷମା ଆବେଦନ କରି ନାହାନ୍ତି। ଏହାକୁ ନେଇ ସମସ୍ତଙ୍କ ନଜର ନିର୍ଭୟାଙ୍କ ମା’ଙ୍କ ଉପରେ ଥିବା ବେଳେ ମଙ୍ଗଳବାର ନିର୍ଭୟାଙ୍କ ମା’ ଆଶାଦେବୀ କହିଛନ୍ତି, ମୋର ଆଶା ଅଛି ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ ହେବ ଓ ସେମାନେ ଆସନ୍ତା ୨୨ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ। ଏହାସହ ନିର୍ଭୟାଙ୍କୁ ନ୍ୟାୟ ମିଳିବ।

Share