Categories: ଜାତୀୟ

ନିର୍ଭୟା ମାମଲା: ଦୋଷୀ ବିନୟଙ୍କୁ ଦିଆ ଯାଇଛି ସ୍ଲୋ ପଏଜନ୍‌; କୋର୍ଟ ନୀରବ

ନୂଆଦିଲ୍ଲୀ,୨୫।୧: ନିର୍ଭୟା ମାମଲାରେ ଦୋଷୀ ଫାଶୀରୁ ବଞ୍ଚିବା ପାଇଁ ନୂଆ ନୂଆ ଯୋଜନା କରୁଥିବା କୁହାଯାଉଛି। ଇତିମଧ୍ୟରେ ଦୋଷୀ ବିନୟ ଶର୍ମାଙ୍କ ଆଇନଜୀବୀ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିନୟଙ୍କ ଆଇନଜୀବୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମହକିଲଙ୍କୁ ସ୍ଲୋ ପଏଜନ୍‌ ଦିଆଯାଇଛି। ବିନୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ହସ୍ପିଟାଲର ରିପୋର୍ଟ ତିହାର ଜେଲ୍‌ କର୍ତ୍ତୃପକ୍ଷ ଦେଉ ନ ଥିବା ଆଇନଜୀବୀ ପଟିଆଲା ହାଉସ୍‌ କୋର୍ଟରେ କହିଛନ୍ତି। ତେବେ ଏନେଇ କୋର୍ଟ କୌଣସି ନିର୍ଦ୍ଦେଶ ନ ଦେଇ ନୀରବ ରହିଛନ୍ତି।

Share