Categories: ଜାତୀୟ

ନିର୍ଭୟା ମାମଲା: ନୂଆ ଓକିଲଙ୍କୁ ଭେଟିବାକୁ ମନାକଲେ ପବନ

ନୂଆଦିଲ୍ଲୀ,୨୨।୨: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତା ନିଜ ଆଇନ ପରାମର୍ଶଦାତା ରବି କାଜିଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ପୁର୍ବରୁ ଏହି ମାମଲାରେ ପବନଙ୍କ ପାଇଁ ଲଢୁଥିବା ଓକିଲ ଏପି ସିଂ ଏହା ଛାଡିଦେବା ପରେ ଏବେ କୋର୍ଟ ଓକିଲ ରବି କାଜିଙ୍କୁ ପବନଙ୍କ ଓକିଲ ଭାବେ ନିଯୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ନିର୍ଭୟା ମାମଲାର ପବନ ଏକମାତ୍ର ଦୋଷୀ ଯାହାଙ୍କ ପାଖରେ ଆଇନର ବିକଳ୍ପ ଭାବେ ଏବେସୁଦ୍ଧା କ୍ୟୁରେଟିଭ ପିଟିଶନ ଓ କ୍ଷମା ଆବେଦନ ବାକି ରହିଛି। ଏବେ ପବନ ତାଙ୍କ ନୂଆ ଓକିଲଙ୍କୁ ଭେଟିବାକୁ ମନା କରି ଦେଇଥିବା ବେଳେ ଏହି ମାମଲା ନୂଆ ମୋଡ ନେବ ବୋଲି ଅନୁମାନ କରାଯାଉଛି। ତେବେ ପବନ ତାଙ୍କର ଏହି ଆଇନ ବିକଳ୍ପ ସମ୍ପର୍କରେ ରବି କାଜିଙ୍କ ସହ କଥା ନ ହୋଇଥିବା ବେଳେ ସେ କହାିଁକି ତାଙ୍କୁ ଭେଟିବାକୁ ଚାହୁଁ ନାହାନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯଦି ଶେଷ ପର୍ଯ୍ୟନ୍ତ ସେ ତାଙ୍କ ଆଇନ ପରାମର୍ଶଦାତା ରବି କାଜିଙ୍କ ସହ ସାକ୍ଷାତ୍‌ ନ କରନ୍ତି ତେବେ ମାର୍ଚ୍ଚ ୩ ସକାଳ ୬ଟାରେ ଅନ୍ୟମାନଙ୍କ ସହ ପବନଙ୍କୁ ମଧ୍ୟ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି କୁହାଯାଉଛି।

Share