Categories: ଜାତୀୟ

ନିର୍ଭୟା ମାମଲା: ପଓ୍ବନ କୁମାର ଗୁପ୍ତାଙ୍କ ଆବେଦନର ଶୁଣାଣି ଆଜି

ନୂଆଦିଲ୍ଲୀ,୧୯।୧୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାକୁ ନେଇ ଗୁରୁବାର ସକାଳେ ଦିଲ୍ଲୀ ହାଇକୋର୍ଟ ଦୋଷୀ ପଓ୍ବନ କୁମାର ଗୁପ୍ତାଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣିକୁ ଆସନ୍ତା ଜାନୁୟାରୀ ୨୪ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଏହା ଉପରେ ନର୍ଭୟାଙ୍କ ଓକିଲ ପ୍ରଶ୍ନ ଉଠାଇବାରୁ ପୁଣିଥରେ ଦିଲ୍ଲୀ ହାଇକୋର୍ଟ ସ୍ଥଗିତ ନିର୍ଦ୍ଦେଶକୁ ପ୍ରତ୍ୟାହର କରି ନେଇ ଗୁରୁବାର ମାମଲାର ଶୁଣାଣି କରିବେ ବୋଲି ଜଣାପଡିଛି। ତେବେ ପଓ୍ବନଙ୍କ ଓକିଲ ଏପି ସିଂ ନୂଆ ଦଲିଲ ଉପସ୍ଥାପନ ପାଇଁ ସମୟ ମାଗିଥିବାରୁ ଗୁରୁବାର ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖାଯାଇଥିଲା। ସୂଚନାଯୋଗ୍ୟ, ପଓ୍ବନ ୨୦୧୨ରେ ନାବାଳକ ଥିଲେ ବୋଲି ଦାବି କରି ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ସୁରେଶ କୁମାର କାୟତ ଗୁରୁବାର ଆବେଦନର ଶୁଣାଣି କରିବାର ଥିଲା। ଅପରାଧ ସମୟରେ ସେ ନାବାଳକ ଥିଲେ। ତଦନ୍ତକାରୀ ଅଧିକାରୀ ତାଙ୍କ ହାଡ଼ର ପରୀକ୍ଷା କରି ନ ଥିଲେ ବୋଲି ପଓ୍ବନ ଅଭିଯୋଗ କରିବା ସହ ଜୁଭେନାଇଲ ଜଷ୍ଟିସ ଆଇନ (ଜେଜେଏ)ରେ ତାଙ୍କୁ ସୁବିଧା ମିଳିବାକୁ ଦାବି କରିଥିଲେ।

Share