Categories: ଜାତୀୟ

ନିର୍ଭୟା ମାମଲା: ପ୍ରଶାସନର ଦୋଷ ଦେଇ ଆଉ ଫାଶୀ ତାରିଖ ଘୁଞ୍ଚାଇ ପାରିବେନି ଦୋଷୀ

ନୂଆଦିଲ୍ଲୀ,୨୫।୧: ନିର୍ଭୟା ଗଣବଳାତ୍କାର ମାମଲାରେ ଶୁକ୍ରବାର ୩ ଦୋଷୀ ବିନୟ, ପବନ ଓ ଅକ୍ଷୟଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ପଟିଆଲା ହାଉସ କୋର୍ଟରେ ଏକ ଆବେଦନ କରିଥିଲେ। ଏଥିରେ ସେ ତିହାର ଜେଲ ପ୍ରଶାସନ ବିରୋଧରେ ଅଭିଯୋଗ କରିଥିଲେ। ଓକିଲ ଏପି ସିଂ କହିଥିଲେ ଉକ୍ତ ୩ ଦୋଷୀଙ୍କ କ୍ୟୁରେଟିଭ ପିଟିଶନ ଓ କ୍ଷମା ଆବେଦନ ପାଇଁ ଯେଉଁ କାଗଜପତ୍ର ଆବଶ୍ୟକ ତାହା ଜେଲ ପ୍ରଶାସନ ପକ୍ଷରୁ ତାଙ୍କୁ ଯୋଗଇ ଦିଆଯାଇନାହିଁ। ଶନିବାର ଏହି ମାମଲାର ଶୁଣାଣି କରି କୋର୍ଟ ଆବଶ୍ୟକ ସମସ୍ତ କାଗଜପତ୍ର ଓକିଲଙ୍କୁ ତୁରନ୍ତ ଦେଇ ଦେଇଥିବା ସୂଚନା ମିଳିଛି। ଏବେ ଆଲୋଚନା ହେଉଛି କି ଦୋଷୀଙ୍କ ଓକିଲ ଏବେ ଆଉ ତିହାର ଜେଲ ପ୍ରଶାସନର ଦୋଷ ଦେଇ ଫାଶୀର ତାରିଖକୁ ଘୁଞ୍ଚାଇ ଦେବାକୁ ଚେଷ୍ଟା କରିବେ ନାହିଁ। ସୂଚନାଯୋଗ୍ୟ, ୨୦୧୨ର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଅଭିଯୁକ୍ତଙ୍କୁ ଫେବୃୟାରୀ ୧ ସକାଳ ୬ଟାରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଡେଥ୍‌ ଓ୍ବାରେଣ୍ଟ ମଧ୍ୟ ଜାରି କରାଯାଇଛି।

Share