Categories: ଜାତୀୟ

ନିର୍ଭୟା ମାମଲା: ଫାଶୀଦଣ୍ଡର ସିଧାପ୍ରସାରଣ ପାଇଁ ଚିଠି ଲେଖିଲା ପରି

ନୂଆଦିଲ୍ଲୀ,୧୦।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅପରାଧୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟାର ସିଧାପ୍ରସାରଣ କରିବାକୁ ଏକ ଏନ୍‌ଜିଓ ଶୁକ୍ରବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଥିବା ସୂଚନା ମିଳିଛି। ମହିଳା ସାମାଜିକକର୍ମୀ ତଥା ପିପୁଲ ଏଗେନ୍‌ଷ୍ଟ ରେପ୍ସ ଇନ୍‌ ଇଣ୍ଡିଆ(ପରି) (People Against Rapes in India(PARI)) ର ଫାଉଣ୍ଡର ଯୋଗିତା ଭୟନା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜଭେଡକରଙ୍କୁ ଚିଠି ଲେଖି ଜାନୁୟାରୀ ୨୨ରେ ହେବାକୁ ଥିବା ଫାଶୀର ସିଧାପ୍ରସାରଣ କରିବାକୁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୨ର ନିର୍ଭୟା ମାମଲା ସାରା ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ, ପବନ, ଅକ୍ଷୟ ଓ ମୁକେଶଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share