Categories: ଜାତୀୟ

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବାକୁ ଆଉ ଏକ ଉପାୟ ଚିନ୍ତା କଲେ ଦୋଷୀ ପବନ

ନୂଆଦିଲ୍ଲୀ,୧୧।୩: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ପବନ ଏବେ ଫାଶୀରୁ ବଞ୍ଚିବାକୁ ଆଉ ଏକ ଉପାୟ ଚିନ୍ତା କରିଛନ୍ତି। ସେ କହିଛନ୍ତି ମଣ୍ଡୋଲି ଜେଲରେ ଥିବା ବେଳେ ୨ପୋଲିସ ତାଙ୍କୁ ପିଟିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା। ଏହାକୁ ନେଇ ସେ ଦିଲ୍ଲୀ କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ କୋର୍ଟ ଏହା ଉପରେ ଜେଲ ପ୍ରଶାସନଙ୍କୁ ଜବାବ ମାଗିଛନ୍ତି। ମାର୍ଚ୍ଚ ୧୨ରେ ଏହି ମାମଲାର ଶୁଣାଣି କରାଯିବ। ସୂଚନାଯୋଗ୍ୟ, ନିର୍ଭୟା ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି।

Share