Categories: ଜାତୀୟ

ନିର୍ଭୟା ମାମଲା: ଫାଶୀ ଖୁଣ୍ଟରେ ଝୁଲିବାକୁ ଆରମ୍ଭ ହେଲା କାଉଣ୍ଟ ଡାଉନ୍‌!

ନୂଆଦିଲ୍ଲୀ,୧୯।୩: ନିର୍ଭୟା ଗଣ ବଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ ଫାଶୀ ଦେବା ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ହେଲେ ଦୋଷୀମାନେ ଫାଶୀରେ ଝୁଲିବା ପୂର୍ବରୁ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହେଉଥିବା ବେଳେ ଗୁରୁବାର ଏମାନଙ୍କର ସମସ୍ତ ଆଇନଗତ ଦିଗ ସମାପ୍ତ ହୋଇ ଯାଇଥିବା କୁହାଯାଉଛି। ଶେଷରେ ଫାଶୀକୁ ସ୍ଥଗିତ ରଖିବାକୁ କରାଯାଇଥିବା ଆବେଦନକୁ ମଧ୍ୟ ଗୁରୁବାର କୋର୍ଟ ଖାରଜ କରିଦେଇଛନ୍ତି। ଏହାକୁ ଦେଖି ନିର୍ଭୟାଙ୍କ ଓକିଲ ସୀମା କୁଶଓ୍ବାହା କହିଛନ୍ତି ଶୁକ୍ରବାର ଭୋର ୫ଟା ୩୦ରେ ନିର୍ଭୟା ମାମଲାର ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଫଟିଆଲ ହାଉସ କୋର୍ଟ ଫାଶୀ ତାରିଖକୁ ସ୍ଥଗିତ ରଖିବାକୁ ମନା କରି ଦେଇଥିବା ବେଳେ ଶୁକ୍ରବାର ସମସ୍ତ ଦୋଷୀଙ୍କୁ ନିଶ୍ଚିତ ଭାବେ ଫାଶୀ ଦିଆଯିବ ବୋଲି ସ୍ପଷ୍ଟ ହୋଇଥିବା କୁହାଯାଉଛି।

Share