Categories: ଜାତୀୟ

ନିର୍ଭୟା ମାମଲା: ଫାଶୀ ତାରିଖ ଘୁଞ୍ଚାଇବାକୁ ଆବେଦନ କଲେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ

ନୂଆଦିଲ୍ଲୀ,୩୦।୧: ବେଳକୁ ବେଳ ନିର୍ଭୟା ଗଣବଳାତ୍କାର ମାମଲା ଭିନ୍ନ ମୋଡ ନେଉଛି ବୋଲି ଆଲୋଚନା ହେଲାଣି। ଫେବୃୟାରୀ ୧ରେ ଏହି ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଏହାକୁ ନେଇ ଅନିଶ୍ଚିତତା ଦେଖାଯାଇଛି। ଗୁରୁବାର ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ ଫାଶୀ ତାରିଖ ଘୁଞ୍ଚାଇବାକୁ ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ୨୦୧୨ ମସିହାର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଜଣ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଜାନୁୟାରୀ ୨୨ରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କେତେକ ନ୍ୟାୟ ବ୍ୟବସ୍ଥା ପାଇଁ ଏହାକୁ ଫେବୃୟାରୀ ୧କୁ ଘୁଞ୍ଚାଇ ଦିଆଯାଇଥିଲା।

Share