Categories: ଜାତୀୟ

ନିର୍ଭୟା ମାମଲା: ଫେବୃୟାରୀ ୧୧କୁ ଘୁଞ୍ଚିଲା ପରବର୍ତ୍ତୀ ଶୁଣାଣି

ନୂଆଦିଲୀ,୭।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦେବାର ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇ ପାରୁନାହିଁ। ଶୁକ୍ରବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି କରାଯାଇଥିବା ବେଳେ ଏହାର ପରବର୍ତ୍ତୀ ଶୁଣାଣିକୁ ଫେବୃୟାରୀ ୧୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏହାକୁ ନେଇ କେନ୍ଦ୍ର ସରକାର କହିଥିଲେ ଯେଉଁ ଦୋଷୀଙ୍କର ସମସ୍ତ ନ୍ୟାୟିକ ବିକଳ୍ପ ସରି ଯାଇଛି ତାଙ୍କୁ ଫାଶୀ ଦେଇଦେବା ଉଚିତ୍‌। ଯଦି ଜଣେ ଦୋଷୀ ଜାଣିଶୁଣି ଏଭଳି ବିଳମ୍ବ କରୁଛନ୍ତି ଅର୍ଥାତ୍‌ ଜଣକ ପରେ ଜଣେ ନ୍ୟାୟିକ ବ୍ୟବସ୍ଥାର ଫାଇଦା ଉଠାଉଛନ୍ତି ତେବେ ସେମାନେ ଫାଶୀ ଦଣ୍ଡାଦେଶକୁ ଆଜୀବନ କରାଯାଉ ବୋଲି ମଧ୍ୟ ଆବେଦନ କରିପାରନ୍ତି ବୋଲି ଆଲୋଚନା ହେଉଛି। ୭ ଦିନ ମଧ୍ୟରେ ଦୋଷୀମାନେ ସେମାନଙ୍କର ସମସ୍ତ ନ୍ୟାୟିକ ବିକଳ୍ପ ଶେଷ କରିବାକୁ ଏବେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ୧୧ ଫେବୃୟାରୀରେ ଶେଷ ହେଉଥିବାରୁ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ କୋର୍ଟ ଫେବୃୟାରୀ ୧୧କୁ ଘୁଞ୍ଚାଇ ଦେଇଥିବା ଜଣାପଡିଛି।

Share