Categories: ଜାତୀୟ

ନିର୍ଭୟା ମାମଲା: ବିନୟଙ୍କୁ ଝଟ୍‌କା, ସୁପ୍ରିମକୋର୍ଟରେ ଖାରଜ ହେଲା ଆବେଦନ

ନୂଆଦିଲ୍ଲୀ,୧୪।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ବିନୟ ଶର୍ମାଙ୍କ ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ରାଷ୍ଟ୍ରପତି ବିନୟଙ୍କ କ୍ଷମା ଆବେଦନକୁ ଖାରଜ କରିବା ପରେ ସେ ଏହାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, ଯାହା ଏବେ ଖାରଜ ହୋଇଯାଇଛି। ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ ବିନୟଙ୍କ ମେଡିକାଲ ରିପୋର୍ଟ ଅନୁଯାୟୀ, ସେ ଏବେ ସୁସ୍ଥ ଅଛନ୍ତି ଓ ପୂର୍ବପରି ସମାନ୍ୟ ଅଛନ୍ତି। ଏହାକୁ ନେଇ ନିର୍ଭୟା ମାମଲାର ୩ ଦୋଷୀଙ୍କ ସମସ୍ତ ଆଇନ ବିକଳ୍ପ ଶେଷ ହୋଇଯାଇଥିବା ଜଣାପଡିଛି। ଏହାପରେ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ ଏପି ସିଂ କହିଛନ୍ତି, ବିନୟଙ୍କୁ ଜେଲରେ ଲଗାତାର ଭାବେ ମାନସିକ ନିର୍ଯ୍ୟାତନା ଦିଆଯାଉଛି। ଆଉ ଭାରତରେ ପ୍ରଥମ ଥର ଲାଗି ୪ ଯୁବକଙ୍କୁ ଫାଶୀ ଦିଆଯାଉଛି ଯେଉଁମାନଙ୍କ ନାଁରେ କୌଣସି ଆପରାଧିକ ରେକର୍ଡ ନାହିଁ। ହେଲେ ଏହାକୁ ନେଇ ବିଚରପତି କହିଥିଲେ କେବଳ ଆଇନ ଦୃଷ୍ଟିରୁ କଥାକୁ ବଢାଯାଉ। ସୂଚନାଯୋଗ୍ୟ, ୨୦୧୨ରେ ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ବିନୟଙ୍କ ସମେତ ୪ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସେମାନଙ୍କୁ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।

Share