Categories: ଜାତୀୟ

ନିର୍ଭୟା ମାମଲା: ବ୍ୟକ୍ତିଗତ କାରଣରୁ ଖଣ୍ଡପୀଠରୁ ଦୂରେଇଲେ ପ୍ରଧାନ ବିଚାରପତି; ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ଶୁଣାଣି

ନୂଆଦିଲ୍ଲୀ,୧୭।୧୨: ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସୁପ୍ରିମ୍‌କୋର୍ଟରେ ପୁନର୍ବିଚାର ଆବେଦନ କରିଥିଲେ। ମଙ୍ଗଳବାର ଏହାର ଶୁଣାଣି ହେବାର ଥିଲା। ତେବେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ ବ୍ୟକ୍ତିଗତ କାରଣରୁ ଖଣ୍ଡପୀଠରୁ ନିଜକୁ ଦୂରେଇ ରଖିବାରୁ ଏହାର ଶୁଣାଣି ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ନୂଆ ଖଣ୍ଡପୀଠ ଏହି ପୁନର୍ବିଚାର ମାମଲାର ବିଚାର କରିବେ। ପ୍ରଧାନ ବିଚାରପତି ଅନ୍ୟ ମାମଲାରେ ବ୍ୟସ୍ତ ରହୁଥିବା ଦର୍ଶାଇ ଏପରି କରିଥିବା କୁହାଯାଉଛି।

Share