Categories: ଜାତୀୟ

ନିର୍ଭୟା ମାମଲା: ୧୭ ମାର୍ଚ୍ଚରେ ତିହାର ଜେଲ ପହଞ୍ଚିବେ ଜହ୍ଲାଦ ପବନ

ନୂଆଦିଲ୍ଲୀ,୧୬।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ଫାଶୀ ଖୁଣ୍ଟରେ ଝୁଲାଇବାକୁ ତୃତୀୟ ଥର ଲାଗି ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏଥିପାଇଁ ଜହ୍ଲାଦ ପବନ ୧୭ ମାର୍ଚ୍ଚରେ ତିହାର ଜେଲ ପହଞ୍ଚିବେ ବୋଲି ଜଣାପଡିଛି। ତେବେ ଫାଶୀ ପୂର୍ବରୁ ଏହାର ଡମି ଦେଖାଇବାକୁ ସେ ୧୭ ମାର୍ଚ୍ଚରୁ ତିହାର ଜେଲରେ ପହଞ୍ଚିବେ। ଯଦି ଆଇନ ଦୃଷ୍ଟିରୁ ଏଥିରେ କୌଣସି ପରିବର୍ତ୍ତନ କରା ନ ଯାଏ ତେବେ ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୨ରେ ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଏକ ଚଳନ୍ତା ବସରେ ଗଣବଳାତ୍କାର କରାଯାଇଥିଲା। ଯାହା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା।

Share