ନିର୍ମଳା ଶିଶୁ ଭବନ ଗଲେ ଉଦ୍ଧାର ଯୁବତୀ

ବରଗଡ଼ ଅଫିସ,୧୩।୧୦: ବରଗଡ଼ ଜିଲା ଅଞ୍ଚଳରୁ ଦୁଇ ଦିନ ତଳେ ଉଦ୍ଧାର ହୋଇଥିବା ଜଣେ ଅସହାୟ, ମାନସିକ ରୋଗଗ୍ରସ୍ତ ଯୁବତୀଙ୍କୁ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀରେ ରଖାଯାଇଥିଲା। ରବିବାର ସେଠାରୁ ତାଙ୍କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ବଲପୁରର ପରିଚୟ ଏବଂ ବରଗଡ଼ ନିଷ୍ଠା ପରିବାରର ସ୍ବେଚ୍ଛାସେବୀମାନେ ନିର୍ମଳା ଶିଶୁ ଭବନ, ବ୍ରହ୍ମପୁରକୁ ଏକ ସ୍ବତନ୍ତ୍ର ଗାଡ଼ିରେ ନେଇଛନ୍ତି। ସେଠାରେ ସେ ଆଶ୍ରୟ ନେବା ସହିତ ତାଙ୍କ ଚିକିତ୍ସା ବ୍ୟବସ୍ଥା ହୋଇଛି। ସ୍ବେଚ୍ଛାସେବୀ ବିପିନ ବିହାରୀ ପଣ୍ଡା, ରୋହିତ ଜୟଶ୍ବାଲ,ସନ୍ତୋଷ ଦନ୍ତା ପ୍ରମୁଖ ତାଙ୍କୁ ସାଙ୍ଗରେ ନେଇ ଯାଇଥିବା ବେଳେ ନିଷ୍ଠା ସମ୍ପାଦକ ଅଶ୍ବିନୀ ତ୍ରିପାଠୀ,ବିକାଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Share