Categories: ଜାତୀୟ

ନିର୍ମଳା ସୀତାରାମନଙ୍କୁ ‘ନିର୍ବଳା’ କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨।୧୧: ସଂସଦରେ ଶୀତକାଳିନ ଅଧିବେଶନ ଚାଲୁଥିବା ବେଳେ ସୋମବାର ଲୋକ ସଭାରେ ବହୁ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ବିରୋଧୀ ଘେରିଛନ୍ତି। ପ୍ରଥମେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ କହିଥିଲେ। ଏହାକୁ ନେଇ ଭାଜପା କ୍ରୋଧାନ୍ବିତ ହୋଇଥିବା ବେଳେ ଗୃହରେ ଝଡ ସୃଷ୍ଟି ହୋଇଥିଲା। ତେବେ ମାମଲା ଶାନ୍ତ ହେବାର କିଛି ସମୟ ପରେ ପୁଣି କଂଗ୍ରେସ ଭାଜପାକୁ ଟାର୍ଗେଟ କରିଥିଲା। କିଛି ଦିନରୁ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କଂଗ୍ରେସ ଭାଜପାକୁ ଆକ୍ଷେପ କରିଆସୁଛି। ଏହାରି ଭିତରେ ଗୃହରେ କରପୋରେଟ୍‌ ଟ୍ୟାକ୍ସ ଉପରେ ଚର୍ଚ୍ଚା ଚାଲିଥିବା ବେଳେ କଂଗ୍ରେସ ଏମ୍‌ପି ଅଧିର ରଞ୍ଜନ ଚୌଧୁରୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ‘ନିର୍ବଳା’ ସୀତାରାମନ ବୋଲି କହି ସମ୍ବୋଧିତ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ଗୃହରେ କରପୋରେଟ ଟ୍ୟାକ୍ସ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ବିବୃତି ରଖିଥିଲେ। ଏହା ପରେ କଂଗ୍ରେସ ପକ୍ଷରୁ ଏହାର ଜବାବ ଅଧିର ରଞ୍ଜନ ଦେଇଥିଲେ। ସେ କହିଛନ୍ତି, ବେଳେ ବେଳେ ତାଙ୍କୁ ମୁଁ ବହୁ ସମ୍ମାନ କରେ। ହେଲେ ତାଙ୍କର ବର୍ତ୍ତମାନ ସ୍ଥିତିକୁ ଦେଖି ନିର୍ମଳା ବଦଳରେ ନିର୍ବଳା କହିବାକୁ ଇଛା ହେଉଛି ବୋଲି ଅଧିର କହିଛନ୍ତି।

Share