ନିର୍ମଳ ମିଶ୍ର ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌  ଅଫିସର ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ଷ୍ଟାଫ୍‌ ସିଲେକ୍ସନ କମିଶନଙ୍କ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ସୋମବାର ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନିକଟରେ କମିଶନଙ୍କ ଅଧ୍ୟକ୍ଷ ଥିବା ମେଜର ଜେନେରାଲ ଭବାନୀ ଶଙ୍କର ଦାସଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମିଶ୍ରଙ୍କୁ ଏହି ପଦରେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ନିର୍ମଳ ମିଶ୍ର ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ଏଥିସହିତ ସେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଏହା ପୂର୍ବରୁ ସେ ବୈଷୟିକ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ କଟକ ଓ ଖୋର୍ଦ୍ଧା ଜିଲାପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଜଣେ ଭଲ ପ୍ରଶାସକ ଭାବେ ତାଙ୍କର ଖ୍ୟାତି ରହିଛି।

Share