ନିର୍ମାଣସ୍ଥଳୀରେ ନିଆଁ: ୩୮ ମୃତ

ସିଓଲ,୩୦ା୪: ଦକ୍ଷିଣ କୋରିଆ ରାଜଧାନୀ ନିକଟ ଏକ ନିର୍ମାଣସ୍ଥଳୀରେ ବୁଧବାର ନିଆଁଲାଗି ୩୮ ଜଣଙ୍କ ଜୀବନ ଯାଇଛି। ଓ୍ବେର୍‌ହାଉସ ପରିସରରେ ଅଧିକ ଲୋକ ଫସିରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସିଓଲର ଦକ୍ଷିଣ ପାର୍ଶ୍ୱରେ ଥିବା ଇଚେଓନ୍‌ଠାରେ ଏହି ଓ୍ବେର୍‌ହାଉସ୍‌ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଘଟଣାସ୍ଥଳରେ ୧୧ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ହସ୍ପିଟାଲରେ ୨୭ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ୧୦ ଜଣ ନିକଟବର୍ତ୍ତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ୪ ଜଣଙ୍କ ପତ୍ତା ମିଳୁନାହିଁ।

Share