Categories: ଜାତୀୟ

ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ୫ ମୃତ

ଝାନ୍‌ସି,୪ା୧(ପି.ଟି.): ଉତ୍ତରପ୍ରଦେଶର ଝାନ୍‌ସି ଜିଲା ଅନ୍ତର୍ଗତ ଲକ୍ଷ୍ମଣପୁରା ଗ୍ରାମରେ ଶନିବାର ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ୫ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୭ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ଲାଗି ଝାନ୍‌ସି ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳି ନ ଥିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖପ୍ରକାଶ କରିଥିବାବେଳେ ସହାୟତା ଯୋଗାଇ ଦେବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କୁ ଉଚିତ ଚିକିତ୍ସା ସେବା ଯୋଗାଇ ଦେବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

Share