Categories: ଗଞ୍ଜାମ

ନିର୍ମାଣାଧୀନ ପାଚେରି ଭୁଶୁଡ଼ି ମହିଳା ଶ୍ରମିକ ମୃତ

ବ୍ରହ୍ମପୁର ଅଫିସ,୧ା୮- ଚମାଖଣ୍ଡି ଥାନା ବନ୍ଦର ଗଁ।ରେ ବୁଧବାର ଅପରାହ୍ନରେ ଏକ ନିର୍ମାଣାଧୀନ ପାଚେରି ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଉକ୍ତ ଗଁ।ର ଇ.ପାର୍ବତୀ। କେତେକ ମହିଳା ଶ୍ରମିକ ଗଁାରେ ଥିବା ଏକ କୁକୁଡ଼ାଫାର୍ମର ପାଚେରୀ ନିର୍ମାଣ କରୁଥିବା ବେଳେ ପାଚେରୀ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଏଥିରେ ପାର୍ବତୀ ଚାପି ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।