Categories: ଜାତୀୟ

ନିର୍ମାଣାଧୀନ ପୋଲ ଭୁଶୁଡ଼ି ୨ ମୃତ

ମାଲ୍‌ଦା,୧୭ା୨: ପଶ୍ଚିମବଙ୍ଗର ମାଲ୍‌ଦାରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୨ ଜଣ ପ୍ରାଣ ହରାଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ମାଲ୍‌ଦା ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ମୃତକ ଦ୍ୱୟ ଶ୍ରମିକ ଓ ସେଠାରେ କାମ କରୁଥିବା ଅବସ୍ଥାରେ ପୋଲ ଭୁଶୁଡ଼ି ଚାପିହୋଇ ରହିଥିଲେ। ଉଦ୍ଧାରକାରୀ ସେମାନଙ୍କୁ ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏନ୍‌ଏଚ୍‌ଏଆଇର ଏହି ପ୍ରକଳ୍ପ କାର୍ଯ୍ୟ ଏବେ ବନ୍ଦ ରହିଥିବା ଜଣାପଡ଼ିଛି।

Share