ନିର୍ମାଣ କାମ ପାଇଁ ୧୨ ଟ୍ରେନ୍‌ ବାତିଲ: କେତେକ ସମୟ ସାରଣୀରେ ପରିବର୍ତ୍ତନ

ସମ୍ବଲପୁର/ବାମରା,୧୨।୧୨ (ବୁରୋ/ଡି.ଏନ.ଏ.): ଦକ୍ଷିଣ ପୂର୍ବ ରେଲଓ୍ବେ ଚକ୍ରଧରପୁର ମଣ୍ଡଳ ଝାରସୁଗୁଡା ସେକ୍ସନ ବାମରା ଷ୍ଟେଶନରେ ଉନ୍ନୟନ କାମ ଓ ତୃତୀୟ ରେଳ ଲାଇନର ପ୍ରଗତି କାର୍ଯ୍ୟ ପାଇଁ ୧୨ଟି ଟ୍ରେନକୁ ବାତିଲ କରାଯାଇଛି। ଏହା ସହ କେତେକ ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ଝାରସୁଗୁଡା ଓ ରାଉରକେଲା ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ ବାତିଲ କରାଯାଇଛି। ୫୮୧୩୧/୫୮୧୩୨ ରାଉରକେଲା-ପୁରୀ ପାସେଞ୍ଜର, ୫୮୧୧୧/୫୮୧୧୨ ଟାଟାନଗର-ଇତବାରି ପାସେଞ୍ଜର, ୬୮୦୩୦/୬୮୦୨୯ ଝାରସୁଗୁଡା- ରାଉରକେଲା ମେମୁ ପାସେଞ୍ଜର, ୬୮୧୬୨/୬୮୧୬୧ ଝାରସୁଗୁଡା-ହାଟିଆ ପାସେଞ୍ଜର, ୫୮୧୧୩/୫୮୧୧୪ ଟାଟାନଗର-ବିଲାସପୁର ପାସେଞ୍ଜର ଟ୍ରେନ ଗୁଡିକ ୧୨ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଉଭୟ ପଟରୁ ବାତିଲ ରହିବ ବୋଲି ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ୨୨୮୮୫/୨୨୮୮୬ ଲୋକମାନ୍ୟ ତିଳକ ଟର୍ମିନାଲ ଟାଟାନଗର ଅନ୍ତୋଦୟ ଏକ୍ସପ୍ରେସ ୧୫ ଓ ୧୬ ତାରିଖ ନିଜ ଗନ୍ତବ୍ୟଠାରୁ ବାତିଲ ରହିବ। ୧୨୮୭୨ ଟିଟିଲାଗଡ-ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ ଟିଟିଲାଗଡଠାରୁ ସକାଳ ୫.୧୫ ପରିବର୍ତ୍ତେ ୩ ଘଣ୍ଟା ବିଳମ୍ବରେ ୮.୧୫ରେ ଛାଡିବ। ୧୨୮୬୯ ହାୱଡା ମୁମ୍ବାଇ ଏକ୍ସପ୍ରେସ ଦେଢ଼ ଘଣ୍ଟା ବିଳମ୍ବରେ ଚାଲିବ। ୧୮୩୧୦/୧୮୩୦୯ ସମ୍ବଲପୁର-ଜମ୍ମୁତାବି ଏକ୍ସପ୍ରେସ ସମ୍ବଲପୁର ପରିବର୍ତ୍ତେ ରାଉରକେଲାରୁ ଛାଡି ଫେରିବା ବେଳକୁ ରାଉରକେଲା ପର୍ଯ୍ୟନ୍ତ ରହିବ। ବାମରା ଦେଇ ଚଳାଚଳ କରୁଥିବା ଅନ୍ୟାନ୍ୟ ଟ୍ରେନ ଗୁଡିକ ମଧ୍ୟ ଝାରସୁଗୁଡା ସେକ୍ସନ ଦ୍ୱାରା ନିୟନ୍ତ୍ରଣ ହେବ ବୋଲି ଦକ୍ଷିଣ ପୂର୍ବ ରେଲୱେ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Share