ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ବଣ୍ଟନ

ବୌଦ୍ଧ, ୯ା୪(ସ୍ବ.ପ୍ର) ରାଜ୍ୟ ସରକାର ଲକଡାଉନ ସମୟରେ ଗରିବ ଖଟିଖିଆଙ୍କ ପାଇଁ ସହାୟତା ଘୋଷାଣା କରିଛନ୍ତି। ଏହିକ୍ରମରେ ବୌଦ୍ଧ ଜିଲାରେ ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା ରାଶି ବଣ୍ଟନ ଆରମ୍ଭ ହୋଇଛି। ବାପୁଜୀନଗରଠାରେ ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞନ ପଣ୍ଡା ଓ ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର ରାଇକା ପହଞ୍ଚି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ବୁଝାଇଥଇଲେ। ଏଥିସହିତ ପଞ୍ଜୀକୃତ ୧୦ଜଣ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଥିଲେ। ଜିଲାର ସମସ୍ତ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ।

Share