ନିର୍ମାଣ ସମୟରେ ଭାଙ୍ଗିଲା ରେଲ୍‌ଓ୍ବେ ଓଭରବ୍ରିଜ୍‌

ବାଲେଶ୍ୱର ଅଫିସ,୨୯।୧୨: ବାଲେଶ୍ୱର ସହର ସଭାରାମପୁର ରେଲ୍‌ଓ୍ବେ ଗେଟ୍‌ ପାଇଁ ନବନିର୍ମିତ ଓଭରବ୍ରିଜ୍‌ ସଂଲଗ୍ନ ୫ଟି ବିମ୍‌ ରବିବାର ସକାଳେ ତଳକୁ ଖସି ପଡ଼ିଛି। ମାତ୍ର ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। କାର୍ଯ୍ୟ ସମୟରେ ବିଭାଗ ପକ୍ଷରୁ ରେଳ ଚଳାଚଳ ବନ୍ଦ ରହିଥିଲା। ସଂପୃକ୍ତ ଠିକାଦାର ଓ ନିର୍ମାଣକାରୀ ରେଳ ବିଭାଗ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଥିବାରୁ ଧନଜୀବନ କ୍ଷତି ହୋଇନାହିଁ। ଅନ୍ୟପକ୍ଷରେ ଏହି ବାଟ ଦେଇ ଯିବା ଆସିବା କରୁଥିବା ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତୁରନ୍ତ ମରାମତି ପାଇଁ ଦାବି ହୋଇଛି।