ନିର୍ମାଣ ହେବ ତେଲୁଗୁ ଫିଲ୍ମ‘ଡିଅର କୋମରେଡ୍‌’ର ହିନ୍ଦୀ ରିମେକ୍‌, କରନ୍‌ ଜୋହର କିଣିଲେ ରାଇଟ୍ସ

ମୁମ୍ବାଇ: ବଲିଉଡ୍‌ରେ ରିମେକ୍‌ କିଛି ନୂଆ କଥା ନୁହେଁ। ବିଗତ ଦିନ ମାନଙ୍କରେ ଅନେକ ତାମିଲ, ତେଲୁଗୁ ଫିଲ୍ମକୁ ହିନ୍ଦୀ ଭାଷାରେ ରିମେକ୍‌ କରାଯାଇଛି। ଏହା ହିଟ୍‌ ହୋଇଛି ମଧ୍ୟ। ଏବେ ବହୁଚର୍ଚ୍ଚିତ ଫିଲ୍ମ ‘ଡିଅର କୋମରେଡ୍‌’ର ହିନ୍ଦୀ ରିମେକ୍‌ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି। ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ କରନ ଜୋହର ଏହାର ହିନ୍ଦି ରିମେକ୍‌ର ରାଇଟ୍ସ କିଣିଛନ୍ତି।

ତେଲୁଗୁ ଫିଲ୍ମ ‘ଡିଅର କୋମରେଡ୍‌’ ଜୁଲାଇ ୨୬ରେ ପରଦାକୁ ଆସିବ। ବିଶେଷକରି ଏହାକୁ ତେଲୁଗୁ, ତାମିଲ ଏବଂ ମାଲାୟାଲାମ ଭାଷାରେ ରିଲିଜ କରାଯିବ। ତେବେ ଏହା ପୂର୍ବରୁ ଫିଲ୍ମକୁ ହିନ୍ଦୀ ଭାଷାରେ ମଧ୍ୟ ରିଲିଜ କରାଯିବା ନେଇ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ବଲିଉଡର ଖ୍ୟାତନାମା ନିର୍ଦ୍ଦେଶକ କରନ ଜୋହର ଏହାର ହିନ୍ଦି ରିମେକ୍‌ର ରାଇଟ୍ସ କିଣିଛନ୍ତି। ମୂଳ ଫିଲ୍ମରେ ବିଜୟ ଦେବରାକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଅଭିନୟ କରିଥିବା ବେଳେ ହିନ୍ଦୀ ଭାଗରେ କିଏ ଷ୍ଟାର ହେବେ ତାହା ଚୟନ ହୋଇନାହିଁ। ଖୁବ୍‌ଶୀଘ୍ର କରନ ତାହା ଫାଇନାଲ କରିପାରନ୍ତି। ଫିଲ୍ମଟି ଜଣେ ଷ୍ଟୁଡେଣ୍ଟ ୟୁନିଅନ୍‌ ଲିଡର ଏବଂ ରାଜ୍ୟସ୍ତରୀୟ ଖେଳାଳୀଙ୍କ ମଧ୍ୟରେ ସୃଷ୍ଟ ପ୍ରେମକାହାଣୀକୁ ନେଇ ନିର୍ମାଣ ହୋଇଛି। ବଡ଼ ପରଦାରେ ଏହା ଧମାଲ କରିବ ବୋଲି କୁହାଯାଉଛି।

Share