ନିର୍ମାଣ ହେବ ଦ୍ୱିତୀୟ ବ୍ରାହ୍ମଣୀ ସେତୁ: ଦାଣ୍ଡିଆପାଲ୍ଲୀରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ

ରାଉରକେଲା ଅଫିସ,୨୦।୭: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଦାଣ୍ଡିଆପାଲ୍ଲୀଠାରେ ଶନିବାର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ଉତ୍ତେଜନା ଆଶଙ୍କାରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ତେବେ ପ୍ରାୟ ୮ ଏକର ଜମି ଅଧିଗ୍ରହଣ ନେଇ ସକାଳ ୯ଟାରୁ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଧିଗ୍ରହଣ ଶାନ୍ତିଶୃଙ୍ଖଳାରେ ଚାଲିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ରାଉରକେଲା ନିକଟ ପାନପୋଷ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଓ ୧୪୩ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ନିମନ୍ତେ ଏହି ଜମି ଅଧିଗ୍ରହଣର ଆବଶ୍ୟକତା ରହିଥିଲା।

Share